
କଳାକାରଟିଏ ବୁଝିପାରେ ସିନା
କଳାର ମହିମା ଯଶ
ପଥର ଦିହରେ ଜୀବନ୍ତର ଚିତ୍ର
ନିହାଣ ମୁନର ସ୍ପର୍ଶ।
ଅଜ୍ଞାନ କି ବୁଝେ ଜ୍ଞାନର ଗାରିମା
କେତେ ଅଛି ଗୁଢତତ୍ତ୍ବ
ମହତଜନର କେତେ ତ୍ୟାଗ ଅଛି
ବୁଝିବ କି ମୁଢଜନ?
ଧନ୍ୟ ତୁମେ ଶିଳ୍ପୀ ତୁମରି ଚେତନା
ପ୍ରସ୍ତର ହୁଏ ଜୀବନ୍ତ
ତୁମ ହାତ ସ୍ପର୍ଶେ ନିର୍ଜିବ ପଥର
କୋଟିଜନ ପୂଜେ ନିତ୍ୟ।
ଆଖି ଯହିଁ ଦେଖେ ପଥର ସେ ଖାଲି
ତୁମେ ଗଢ ଚିତ୍ର ପ୍ରତିମା
କଳାର ସୃଜନୀ କଳାର ପୂଜାରି
ରୂପ ଦିଅ ନୂଆଁ ନୂଆଁ।
ତୁମେ ତୋଳିଧର ପଥର ଦିହରେ
ଈଶ୍ବରଙ୍କ ଅବୟବ
ହାରିଛି ବୟସ ତୁମରି ପାଖରେ
ତୁମ ଚରଣେ ପ୍ରଣାମ।
ତୁମ ଯଶ କୀର୍ତ୍ତି ଅଜର ଅମର
ଇତିହାସେ ପରା ଲେଖା
କଥାକହେ ଆଜି ଧଉଳି ପାହାଡ
ଖଣ୍ଡଗିରି ହାତୀଗୁମ୍ଫା।
ସବିତା ନାୟକ
ମାଧବାନନ୍ଦ ଜିଉ ଉଚ୍ଚ ବିଦ୍ୟାଳୟ ମାଧବ
ନୀଆଳି କଟକ

0 Comments